ସାରାଙ୍କ ଟେନସନ

ସୈଫ ତନୟା ସାରା ଅଲ୍ଲୀ ଖଁ। କ’ଣ କରିବେ ଜାଣିପାରୁନାହାନ୍ତି। କାରଣ ପ୍ରେମ ତାଙ୍କ ପାଇଁ ଟେନସନ ସାଜିଛି। ଯୁଆଡ଼େ ଗଲେ ସେହି ଗୋଟିଏ ପ୍ରଶ୍ନ। କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସମ୍ପର୍କକୁ ନେଇ ସେ ଏବେ ଚର୍ଚ୍ଚାରେ। ତେବେ ଏହି ଘଟଣାକୁ ନେଇ ଆଲୋଚନା ଜୋର୍‌ ଧରିବା ପରେ ଏବେ ଦୁହିଁଙ୍କୁ ପ୍ରାୟ ଆଉ ଏକାଠି ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ସଫେଇ ଦେଇ ସାରା କହନ୍ତି, ‘ଆମ ଦୁହିଁଙ୍କ ସମ୍ପର୍କକୁ ନେଇ ଅଯଥାରେ ଆଲୋଚନା ହେଉଛି। ଏପରି କି ଏ ନେଇ ମୁଁ କେତେ ସଫେଇ ଦେବି ଜାଣିପାରୁନାହିଁ। ଆମେ ଦୁଇ ଜଣ ଭଲ ବନ୍ଧୁ। ଏବେ ଆମେ ଦୁହେଁ ନିଜ କ୍ୟାରିୟର ପ୍ରତି ଅଧିକ ଧ୍ୟାନ ଦେଉଛୁ। କାର୍ତ୍ତିକ ଏବଂ ମୁଁ ବର୍ତ୍ତମାନ ଇମ୍‌ତିୟାଜ ଅଲିଙ୍କ ଆଗାମୀ ଫିଲ୍ମରେ ଆକ୍ଟିଂ କରିବାକୁ ଯାଉଛୁ। ମୋ କ୍ୟାରିୟର କିପରି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ମୋ ମମି (ଅମ୍ରିତା ସିଂ) ବେଶ୍‌ ସଚେତନ। ସେ ମୋତେ ଯେଉଁ ଟିପ୍ସ ଦିଅନ୍ତି ତାହାକୁ ମୁଁ ମାନି ଆଗେଇ ଚାଲିଛି।’ ତେବେ ନିଜର ପ୍ରେମସମ୍ପର୍କକୁ ସାରା କେବେ ସ୍ବୀକାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share