ସାରାଙ୍କ ଡ୍ରେସ୍‌ ଦାମ୍‌ରେ ହୋଇଯିବ ହିଲ୍‌ଷ୍ଟେଶନ ଟ୍ରିପ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଆଜିକାଲି ଇଣ୍ଡଷ୍ଟ୍ରିରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଏବେ ଫିଲ୍ମ ‘ଲଭ୍‌ ଆଜକଲ୍‌’ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ରେ ଏହା ରିଲିଜ ହେବ। ସାରା ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଡ୍ରେସ୍‌କୁ ନେଇ। ରୋମାନିଆର ଡିଜାଇନର ଏଲିନା ସେର୍‌ନାଟେସ୍କଙ୍କ  ଦ୍ୱାରା ପ୍ରସ୍ତୁତ ଏକ ବ୍ଲୁ କଲର ଡ୍ରେସ୍‌ରେ ସାରା ନଜର ଆସିଛନ୍ତି। ଡ୍ରେସ୍‌କୁ ମ୍ୟାଚ୍‌ କରି ବ୍ଲୁ କଲରର ହିଲ୍‌ ଏବଂ ବ୍ୟାଜ୍‌ ବି ପିନ୍ଧିଛନ୍ତି। ଡ୍ରେସ୍‌ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଲୁକ୍‌ ପ୍ରଶଂସକଙ୍କ ହୃଦୟକୁ ବି ଛୁଇଁଛି। ଏତେ କଥା କହିବାର ଅର୍ଥ ହେଲା ସାରା ଯେଉଁ ଡ୍ରେସ୍‌ ପିନ୍ଧିଛନ୍ତି ସେହି ଡ୍ରେସ୍‌ ଦାମରେ ଗୋଟିଏ ପରିବାର ହିଲ୍‌ ଷ୍ଟେଶନ ବୁଲି ମଧ୍ୟ ଯାଇପାରିବେ। ଡ୍ରେସ୍‌ଟିର ଦାମ୍‌ ରହିଛି ୪୫,୫୩୨ ଟଙ୍କା। ଡ୍ରେସ୍‌ର ଦାମ୍‌ ଶୁଣି ୟୁଜରମାନେ କହିଛନ୍ତି,ଏହି ଦାମ୍‌ରେ ସପରିବାର କେଉଁଆଡ଼େ ବୁଲି ବି ଯାଇହେବ।

Share