ସାରାଙ୍କ ପରେ ଏବେ ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ

ସାରା ଅଲ୍ଲୀ ଖାନ୍‌ଙ୍କଠାରୁ ବ୍ରେକ୍‌ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି। ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ ବୋଲି ଜଣାପଡିଛି। କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଶୁଟିଂ ବେଳର ଏକ ଫଟୋ କାର୍ତ୍ତିକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦୋସ୍ତାନା-୨ ବ୍ୟତୀତ ଇମତିଆଜ ଅଲ୍ଲୀଙ୍କ ଲଭ୍‌ ଆଜକାଲ୍‌-୨ ମଧ୍ୟ କାର୍ତ୍ତିକ ନଜର ଆସିବେ। ଏଥିରେ କାର୍ତ୍ତିକଙ୍କ ସହ ସାରା ଅଲ୍ଲୀ ଖାନ୍‌ ନଜର ଆସିବେ। ବର୍ତ୍ତମାନ କାର୍ତ୍ତି ପତି, ପତ୍ନୀ ଔର ଓ ଫିଲ୍ମ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ୍‌ ଚର୍ଚ୍ଚା ଉଠିଥିଲା। ଉଭୟ ମଧ୍ୟ ଏହାକୁ ସ୍ବୀକାର କରିଥିଲେ। ନିକଟରେ ଉଭୟଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା କୁହାଯାଉଛି।

Share