Advertisement

ସାରାଙ୍କ ପାଇଁ କାର୍ତ୍ତିକ ଧରିଲେ ଛତା, ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଶୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମରେ ଉବୁଟୁବୁ। ପ୍ରଥମେ ସାରା କରନ୍‌ ଜୋହରଙ୍କ ଶୋ’ରେ ତାଙ୍କୁ କ୍ରଶ୍‌ ବୋଲି କହିବା ପରଠାରୁ ପ୍ରେମ କାହାଣୀର ଆରମ୍ଭ ହୋଇଥିବା କୁହାଯାଏ। ପରେ ଉଭୟଙ୍କୁ ଭେଟାଇଥିଲେ ରଣବୀର ସିଂହ। ଏବେ ଉଭୟ ଏକତ୍ର ‘ଲଭ୍‌ ଆଜ କଲ-୨’ର ଶୁଟିଂ ଶେଷ କରିଛନ୍ତି। ନାୟକ-ନାୟିକା ସାଜିଥିବା ଯୋଗୁ ସେମାନଙ୍କୁ କିଛି ସମୟ ଏକାଠି ବିତାଇବାକୁ ସୁଯୋଗ ମିଳିଥିଲା। ସେହି ସମୟରେ ଉଭୟ ଉଭୟଙ୍କର ନିକଟତର ହୋଇଯାଇଛନ୍ତି। ଏବେ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଏନେଇ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି କ୍ରମରେ କାର୍ତ୍ତିକ ହାତରେ ଛତା ଧରି ସାରାଙ୍କୁ ଓଦା ହେବାରୁ ବଞ୍ଚାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପ୍ରଶଂସକମାନେ ଏହାକୁ ଦେଖି କାର୍ତ୍ତିକ ସାରାଙ୍କୁ ଯତ୍ନ କରୁଥିବା କହୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share