ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ ସ୍ବୀକାର କରି ନାହାଁନ୍ତି। ହେଲେ ଏମାନଙ୍କୁ ଏକାଠି ଅନେକ ଥର ସ୍ପଟ୍‌ କରାଯାଇଛି। ଯାହପାଇଁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଛି। ଏମିତିକି କାର୍ତ୍ତିକ ଆର୍ଯ୍ୟନ୍‌ ଲକ୍ଷ୍ନୌରେ ତାଙ୍କ ଅପକମିଂ ଫିଲ୍ମ ପତି ପତ୍ନୀ ଔର ଓ୍ବର ଶୁଟିଂ କରୁଥିବା ସମୟରେ କେତେଥର ସାରା ସେଠାକୁ ତାଙ୍କୁ ଦେଖା କରିବାକୁ ଯାଇଛନ୍ତି। ଆଉ ଏହାକୁ ଦେଖିବା ପରେ ଆଲୋଚନା ହେଉଥିଲା କି ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏବେ କିନ୍ତୁ ଏମାନେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି ବୋଲି ଆଲୋଚନା ହେଉଛି। ଅସଲ କଥା ହେଲା କାର୍ତ୍ତିକ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଭୁଲ ଭୁଲେୟା-୨’ର ଶୁଟିଂରେ ବ୍ୟସ୍ତ ଥିବା ବେଳେ ସାରା ମଧ୍ୟ ‘କୁଲି ନମ୍ବର -୧’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଏମାନେ ପରସ୍ପରଠାରୁ ଦୂରେଇ ଯାଇଥିବା ଆଲୋଚନା ହେଉଛି।

Share