Categories: ବାଣିଜ୍ୟ

ସାରା ଦେଶରେ ବିଏସ୍‌-୬ ଇନ୍ଧନ ଯୋଗାଇଲା ଆଇଓସିଏଲ୍‌

ନୂଆଦିଲ୍ଲୀ,୨୩-୩: ସାରା ଦେଶରେ ବିଏସ୍‌-୬ ଇନ୍ଧନ ଯୋଗାଇବା କ୍ଷେତ୍ରରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ୍‌) ପ୍ରଥମ କମ୍ପାନୀ ହୋଇ ପାରିଛି। ବିଏସ୍‌-୬କୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସ୍ବଚ୍ଛ ଇନ୍ଧନ ଭାବେ ବିବେଚିତ କରାଯାଉଥିବା ବେଳେ ଏହା କମ୍ପାନୀର ୨୮,୦୦୦ ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ ବୋଲି ଜଣାପଡିଛି। ବିଏସ୍‌-୬ ଲାଗୁ କରିବା ନେଇ ଏପ୍ରିଲ-୧ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହାର ୨ ସପ୍ତାହ ଆଗରୁ ସାରା ଦେଶରେ ଉକ୍ତ ଇନ୍ଧନ ଲାଗୁ କରାଇବାକୁ ସକ୍ଷମ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସଫଳ ଭାବେ ସାରା ଦେଶରେ ବିଏସ୍‌-୬ ମାନକଯୁକ୍ତ ଇନ୍ଧନ ଲାଗୁ କରାଇବା ଲାଗି ସକ୍ଷମ ହୋଇଛୁ ବୋଲି ଆଇଓସିର ଅଧ୍ୟକ୍ଷ ସଞ୍ଜୀବ ସିଂ ସୂଚନା ଦେଇଛନ୍ତି।

Share