Categories: ଜାତୀୟ

ସାରା ଦେଶ ହେଉ ମଦମୁକ୍ତ: ନୀତୀଶ

ପାଟନା,୧୭।୨: ବିହାର ପରେ ଏବେ ସାରା ଦେଶକୁ ମଦ ମୁକ୍ତ କରିବାକୁ ଚାହୁଁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗୋଟିଏ ପଟେ ମଦମୁକ୍ତକୁ ବିରୋଧୀ ଅସଫଳ କହିବା ସହ ଜନମତ ସଂଗ୍ରହ କରୁଥିବା ବେଳେ ଅନ୍ୟପଟେ ନୀତୀଶ କିନ୍ତୁ ଏହାକୁ ବିହାରର ରୋଲ ମଡେଲ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ନୂଆଦିଲ୍ଲୀରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଦ୍ୱାରା ଆୟୋଜିତ ହୋଇଥିବା ‘ମଦ ମୁକ୍ତ ଭାରତ’ ରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନୀତୀଶ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ରାଜ୍ୟର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। ସେଠାରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, କେବଳ ଆଖପାଖ ରାଜ୍ୟରେ ନୁହେଁ ବରଂ ସାରା ଦେଶ ମଦମୁକ୍ତ ହେବା ଦରକାର। ଆଉ ଏହା ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଇଛା ରହିଥିଲା। କାରଣ ମଦ ଜୀବନକୁ ନଷ୍ଟ କରିଥାଏ। ତେବେ ସମ୍ପୂର୍ଣ୍ଣ ମଦମୁକ୍ତ ଦ୍ୱାରା ସମାଜକୁ ଅଧିକ ସଶକ୍ତ, ସୁସ୍ଥ ଓ ସଂଯମ କରାଯାଇପାରିବ। ଯାହାର ପ୍ରଭାବ ବିହାରର ପ୍ରଗତିରେ ଦେଖିବାକୁ ମିଳିଛି ବୋଲି ନୀତିଶ କହିଛନ୍ତି।

Share