ସାରା ପୃଥିବୀରେ କରୋନା ଆତଙ୍କ: ଚାଇନାର ହୁବେଇରୁ ହଟିବ ଲକ୍‌ଡାଉନ୍‌

ବେଜିଂ,୨୪।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଚାଇନାର ହୁବେଇରୁ ଦୀର୍ଘ ଦିନ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ମଙ୍ଗଳବାର ରାତିରୁ ହଟାଇ ନିଆଯିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଉହାନରେ ଏପ୍ରିଲ୍‌ ୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ। ଚାଇନାର ଗତ କିଛି ଦିନ ଧରି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ତେବେ ବିଦେଶରୁ ସ୍ବଦେଶ ଫେରୁଥିବା ଚାଇନା ନାଗରିକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଉଥିବା କୁହାଯାଉଛି।

Share