ସାରା ଯାହା ଚାହୁଁଥିଲେ

ସାରା ଅଲ୍ଲୀ ଖାନ ଯାହା ଚାହୁଁଥିଲେ ତାହା ଯେ ଏମିତି ହଠାତ୍‌ ପୂରଣ ହୋଇଯିବ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଆଶା ଥିଲା ଯେ ସେ କେମିତି ହ୍ରିତିକ ରୋଶନଙ୍କ ସହ ଅଭିନୟ କରିବେ। ଏହାକୁ ନିକଟରେ ପୂରଣ କରିଛନ୍ତି ନିର୍ଦ୍ଦେଶକ ଆନନ୍ଦ ଏଲ. ରାଇ। ତାଙ୍କର ଆଗାମୀ ଫିଲ୍ମରେ ହ୍ରିତିକ ନାୟକ ସାଜୁଥିବା ବେଳେ ତାଙ୍କ ସହ ଫିମେଲ୍‌ ଲିଡ୍‌ରେ ଅବତୀର୍ଣ୍ଣ ହେବେ ସୈଫ ତନୟା ସାରା। ଫିଲ୍ମରେ ଧନୁଷ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଟାଇଟଲ ଫାଇନାଲ ହୋଇ ନ ଥିବା ଏହି ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share