Categories: ଜାତୀୟ

ସାର୍କ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ, ୧୪।୩: ଚାଇନା ପରେ ଇଟାଲି, ଇରାନ, ଦକ୍ଷିଣ କୋରିଆ ଆଦି ଦେଶଗୁଡ଼ିକରେ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହା ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମିଳିତ ରଣନୀତିର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ଏଥିଲାଗି ସମସ୍ତ ସାର୍କ (ଦକ୍ଷିଣ ଏସୀୟ ରାଷ୍ଟ୍ର) ଦେଶଗୁଡ଼ିକୁ ଅନୁରୋଧ କରିଛନ୍ତି। ଦକ୍ଷିଣ ଏସିଆ ସବୁଠାରୁ ଜନବହୁଳ ଅଞ୍ଚଳ ହୋଇଥିବାରୁ କରୋନା ମାରାତ୍ମକ ରୂପ ଧାରଣ କରିବାର ଆଶଙ୍କା ରହିଛି। ଅଞ୍ଚଳବାସୀଙ୍କୁ ସୁସ୍ଥ ଓ ନିରୋଗ ରଖିବା ଲାଗି ମିଳିମିଶି ରଣନୀତି ପ୍ରସ୍ତୁତ କରିବା ଉଚିତ ବୋଲି ମୋଦି ଅନୁରୋଧ କରିଛନ୍ତି। ସାର୍କ ଦେଶଗୁଡ଼ିକ ମିଳିତ ଭାବେ ଏହା ଉପରେ ପଦକ୍ଷେପ ଗ୍ରହଣ କଲେ କରୋନା ଡେଣାମେଲାଇବା ସମ୍ଭବ ହେବନାହିଁ ବୋଲି ମୋଦି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ନେପାଳ, ଭୂଟାନ, ଶ୍ରୀଲଙ୍କା,ମାଳଦୀପ ଆଦି ରାଷ୍ଟ୍ରର ନେତାମାନେ ଦୃଢ଼ ସମର୍ଥନ ପ୍ରଦାନ କରିଛନ୍ତି।

Share