Categories: ଜାତୀୟ

ସାର୍କ ଦେଶ ସହ କରୋନାକୁ ନେଇ ଆଲୋଚନା: ଜରୁରିକାଳୀନ ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

ନୂଆଦିଲ୍ଲୀ,୧୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ଏସ୍‌ଏଏଆର୍‌ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଏହି ସମୟରେ କରୋନା ଭାଇରସ୍‌ର ସଂକ୍ରମଣକୁ ନେଇ ଆଲୋଚନା କରାଯାଇଛି। କରୋନାକୁ ଭୟ ନ କରି ଏହାସହ ଏକାଠି ଲଢିଲେ ସହଜରେ ଏହାକୁ ଦୂରେଇ ଦେଇ ହେବ ବୋଲି ମୋଦି କହିଛନ୍ତି। କୋଭିଡ-୧୯ ପାଇଁ ଏକ ଜରୁରିକାଳୀନ ପାଣ୍ଠି ଗଠନ କରିବାକୁ ମୋଦି ପ୍ରସ୍ତାବ ରଖିଛନ୍ତି। ଭାରତ ଏହି ପାଣ୍ଠି ପାଇଁ ୧୦ ମିଲିୟନ ଆମେରିକୀୟ ଡଲାର ସହାୟତା ଦେବ ବୋଲି ମୋଦି କହିଛନ୍ତି। ମୋଦିଙ୍କର ଏହି ପ୍ରସ୍ତାବକୁ ସ୍ବାଗତ କରାଯାଇଛି। ପାକିସ୍ତାନରେ କୋଭିଡ-୧୯ ନ ବ୍ୟାପୀ ସୀମିତ ଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପାକିସ୍ତାନକୁ ଧନ୍ୟବାଦ ଜଣାଇଛି। ଏହାସହ ଭାରତରେ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନେଇ ଏକ ର଼୍ୟାପିଡ ରେସପନ୍ସ ଟିମ୍‌ ଗଠନ କରଯାଉଛି ବୋଲି ମୋଦି କହିଛନ୍ତି।

Share