ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସେଠାରୁ ଉଠି ପଳାଇଥିଲେ। ପ୍ରଥମେ ଶାହ ନିଜ ଭାଷଣରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସେଠାରେ ମାନବାଧିକାର କ୍ଷୁଣ୍ଣ ହୋଇଛି। ଅନେକ ସ୍ଥାନରେ କଟକଣା ଲଗାଯାଇଛି। ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବୈଠକ ବାହାରକୁ ପଳାଇଯାଇଥିଲେ। ସୂଚନାଯୋଗ୍ୟ ସାର୍କ ବୈଠକରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଏବଂ ଶ୍ରୀଲଙ୍କା ସଦସ୍ୟ ରାଷ୍ଟ୍ର ଭାଗ ନେଇଛନ୍ତି।

Share