Categories: ବାଣିଜ୍ୟ

ସାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ନୂଆଦିଲ୍ଲୀ,୨-୧୦: ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ମହାତ୍ମା ଆଓ୍ବାର୍ଡ ଫର ଲିଡରଶିପ ଇନ୍‌ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି ସମ୍ମାନରେ ସମ୍ମାନୀତ କରାଯାଇଛି। ଗୁରୁଗ୍ରାମଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ରାଜଶ୍ରୀ ବିର୍ଲା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳ ଲୋକଙ୍କର ବିକାଶ ନିମନ୍ତେ ନିଜର ଯୋଗଦାନ ଲାଗି ସାଲୁଙ୍କୁ ଏଭଳି ପୁରସ୍କାର ମିଳିଛି। ସେହିଭଳି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉତ୍କର୍ଷତା ଲାଗି ଜେଏସ୍‌ପିଏଲ୍‌ ଫାଉଣ୍ଡେଶନକୁ ମହାତ୍ମା ଆଓ୍ବାର୍ଡ ଫର ସିଏସ୍‌ଆର୍‌ ଏକ୍ସଲେନ୍ସ ଆଣ୍ଡ ସୋସିଆଲ ଗୁଡ ସମ୍ମାନ ମିଳିଛି। ଏହି ପୁରସ୍କାରକୁ ଜେଏସ୍‌ପିଏଲ୍‌ର ଏକଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ତଥା ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ ହୋତା ଗ୍ରହଣ କରିଥିଲେ। ଏଭଳି ପୁରସ୍କାର ଆଗକୁ ବଢିବା ଲାଗି ପ୍ରେରଣା ଯୋଗାଇବ ବୋଲି ସାଲୁ ଜିନ୍ଦଲ ଏହି ଅବସରରେ ସୂଚନା ଦେଇଛନ୍ତି। ୨ ନିୟୁତରୁ ଅଧିକ ଲୋକଙ୍କ ନିକଟରେ ସେବା ପହଞ୍ଚାଇ ପାରିଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞ ବୋଲି ସେ ପ୍ରକାଶ କରିଛନ୍ତି।

Share