ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

୨୦୧୮ ଏପ୍ରିଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ଉକ୍ତ ନାବାଳିକା ଭାଇ ସହ ଖେଳୁଥିବା ବେଳେ ମୁସ୍ତାକ ତାଙ୍କୁ ଉଠାଇ ନେଇଥିଲେ। ଚକୋଲେଟ ବାହାନାରେ ସେ ତାଙ୍କୁ ବଳାତ୍କାର କରିବା ପରେ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ। ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ୧୯ ଦିନ ପରେ ପୋଲିସ ଚାର୍ଜଶିଟ ଦାଖଲ କରିଥିଲା।

ପ୍ରକାଶଯୋଗ୍ୟ, ଗତ ୨ ମାସ ମଧ୍ୟରେ ରାଜ୍ୟରେ ୪ ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପ୍ରଥମେ ମୟୂରଭଞ୍ଜ, ଅନୁଗୋଳ, ଜଗତସିଂହପୁର ଜିଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଗୁରୁବାର କଟକ ଜିଲା ସାଲେପୁର ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି।

Share