ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ଓ୍ବାର୍ଡରୁ କଣ୍ଟେମେଣ୍ଟ ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରୁ ମଧ୍ୟ ଏହି କଟକଣାକୁ ହଟାଇ ଦିଆଯାଇଛି। ଏପ୍ରିଲ ୫ ତାରିଖରୁ ଏଠାରେ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଥିଲା। ତେବେ ଏ ସବୁ ସ୍ଥାନରେ ଏବେ ଲକ୍‌ଡାଉନ କଟକଣା ବଳବତ୍ତର ରହିବ।
ଏସମସ୍ତ ଅଞ୍ଚଳରେ କରୋନା ବ୍ୟାପି ନ ଥିବା ନେଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ସ୍ଥାନଗୁଡ଼ିକରୁ ସଂଗ୍ରହ କରାଯାଇଥିବା ସମସ୍ତ ସାମ୍ପୁଲ ରିପୋର୍ଟ ନେଗେଟିଭ ଆସିବା ପରେ କଣ୍ଟେନମେଣ୍ଟ ହଟାଯାଇଛି।

Share