ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ନିର୍ମଳ ପଣ୍ଡା/ କଟକ ଅଫିସ, ୨୫ ।୪- ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ସାଲେପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। କଟକ ଜିଲାର ଏହି ଆସନଟି କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଯାଉଛି। ନିର୍ବାଚନ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ନିଜର ମୂଳ ଭୋଟବ୍ୟାଙ୍କ୍‌କୁ ନେଇ ଲଢ଼େଇ କରୁଥିବାବେଳେ ବିଜେଡି ଓ ଭାଜପାର ନଜର ଏବେ ଏହା ଉପରେ ରହିଛି। କଂଗ୍ରେସ ଭୋଟକୁ ହାତେଇ ବିଜୟ ମୁକୁଟ ପିନ୍ଧିବାକୁ ଦୁଇ ପ୍ରାର୍ଥୀ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

୨୦୧୪ରେ କଂଗ୍ରେସରୁ ଟିକେଟ ପାଇ ବିଧାୟକ ହୋଇଥିଲେ ପ୍ରକାଶ ବେହେରା। ସେ ଏବେ ଭାଜପାରୁ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସରୁ ରବୀନ୍ଦ୍ର କର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଗତ ବିଧାନସଭା ନିର୍ବାଚନର ପରାଜିତ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ତେବେ ବିଗତ ୨ଟି ନିର୍ବାଚନୀ ଫଳାଫଳ କହୁଛି ସାଲେପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ଲଢ଼େଇ ହୋଇଥିଲା। ଜିତାପଟ୍‌ ମଧ୍ୟ ଊଣେଇଶବିଶ୍‌ ଥିଲା।  ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ୨୧୧୭ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରିଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କଂଗ୍ରେସର ପ୍ରକାଶ ବେହେରାଙ୍କୁ ୧୨୭୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ନିର୍ବାଚନୀ ଚିତ୍ର ବଦଳିଯାଇଛି। ଏଥର ବିଜେଡି ସହିତ ଭାଜପାର ସିଧାସଳଖ ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି। ତେବେ ୨୦୦୦ରୁ ୨୦୦୯ ମଧ୍ୟରେ ହୋଇଥିବା ୩ଟି ନିର୍ବାଚନରେ  ପ୍ରକାଶ ପରାସ୍ତ ହୋଇଥିଲେ ମଧ୍ୟ କଂଗ୍ରେସ ଭୋଟ ବ୍ୟାଙ୍କ ତାଙ୍କ ସହିତ ରହି ଆସିଥିଲା। କିନ୍ତୁ  ସେ ଏବେ ଭାଜପାକୁ ଯିବା ପରେ ତାଙ୍କ ସହିତ କେତେ ମାତ୍ରାରେ କଂଗ୍ରେସ ଭୋଟ ଯାଉଛି ତାହାର ଅଙ୍କକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦିଓ ପ୍ରକାଶଙ୍କ ସହିତ ଛାମୁଆ କଂଗ୍ରେସ ନେତାମାନେ ଭାଜପାକୁ ଡେଇଁଛନ୍ତି, ସାଧାରଣ କଂଗ୍ରେସ ଭୋଟର କେତେମାତ୍ରାରେ ପ୍ରଭାବିତ ହୋଇଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ। ତେବେ କଂଗ୍ରେସ ଭୋଟର ସାଲେପୁର ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ପ୍ରକାଶ କହିଛନ୍ତି ଯେ, ସେ ସାଲେପୁର ଲୋକଙ୍କ ସହିତ ଅଛନ୍ତି। ସାଲେପୁରବାସୀ ହିଁ  ତାଙ୍କର ବଡ଼ ଶକ୍ତି। କଂଗ୍ରେସର ଦୁର୍ଦ୍ଦିନରେ ସେ କଂଗ୍ରେସକୁ ଏଠାରେ ସୁସଂଗଠିତ ରଖି ବିଜେଡିକୁ ଚ୍ୟାଲେଞ୍ଜ ଦେଉଥିଲେ। ଏବେ କଂଗ୍ରେସ ଭୋଟ୍‌ବ୍ୟାଙ୍କ ଭାଜପାରେ ବିଲିନ ହୋଇଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋଦିଙ୍କ ବିକାଶ ଓ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ଆମେ ପହଞ୍ଚାଉଛୁ। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମଧ୍ୟ ଲୋକେ ଅଙ୍ଗେ ଅଙ୍ଗେ ନିଭାଉଥିବା ଆମକୁ କହୁଛନ୍ତି। ତେଣୁ ଭାଜପା ଭଲ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରକାଶ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କର ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ଭୋଟ ବ୍ୟାଙ୍କ କାହା ସହିତ ଚାଲିଯାଏନା। କଂଗ୍ରେସ ସଂଗଠନକୁ ନେଇ ପ୍ରକାଶ ବଳିଆନ ଥିଲେ। ଏବେ କଂଗ୍ରେସ ସଂଗଠନ ତାଙ୍କ ସହିତ ନାହିଁ। ଯିଏ କଂଗ୍ରେସରୁ ପ୍ରାର୍ଥୀ ହୋଇଛି ସଂଗଠନ ଓ ଭୋଟ ତାହା ସହିତ ରହିବ ଏଥିରେ ଦ୍ୱିମତ ହେବାର ନାହିଁ। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। ଏହିସବୁ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ବୋଲି ରବୀନ୍ଦ୍ର କହିଛନ୍ତି। ସମୀକ୍ଷକଙ୍କ ମତରେ ନେତା ଚାଲିଗଲେ ଶତ ପ୍ରତିଶତ ଭୋଟ ବ୍ୟାଙ୍କ ଚାଲିଯାଏନି। କଂଗ୍ରେସର ପାରମ୍ପରିକ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସହିତ ରହିବ ବୋଲି ସେମାନେ ମତ ଦେଇଛନ୍ତି।  ଅନ୍ୟପକ୍ଷରେ ପ୍ରଶାନ୍ତ କହିଛନ୍ତି, ଲୋକେ ବିଜେଡିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚତ୍ଛି। ସାଲେପୁରକୁ ଏକ ବିକଶିତ ନିର୍ବାଚନମଣ୍ଡଳୀରେ ପରିଣତ କରିବାର ପ୍ରତିବଦ୍ଧତା ନେଇ ମୁଁ ଲୋକଙ୍କୁ ଭେଟୁଛି। ଲୋକଙ୍କର ସମର୍ଥନ ବିଜେଡି ପ୍ରତି ଥିବା ମୁଁ ପ୍ରଚାରରୁ ଜାଣିପାରୁଛି। ସାଲେପୁରରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରଶାନ୍ତ ଆଶାବାଦୀ ଅଛନ୍ତି।

ପ୍ରାର୍ଥୀମାନେ ଏଭଳି କଥା କହୁଥିବାବେଳେ ସାଲେପୁର ଭୋଟରଙ୍କ ମତ ବେଶ୍‌ ଭିନ୍ନ ରହିଛି। ଜଣେ ଭୋଟର ଆଲୋକ ଭୂୟଁା କହିଛନ୍ତି, ସାଲେପୁରକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଦାବି ଏଠାରେ ଦୀର୍ଘଦିନରୁ ହୋଇ ଆସୁଛି। ନିର୍ବାଚନ ଆସିଲେ ନେତାମାନେ ଏନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି। ପ୍ରଭାତ ବେହେରା ନାମକ ଜଣେ ଚାଷୀଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ବିମୁଖ। ସାଲେପୁରର ଚାଷଜମିକୁ ପାଣି ଯାଉନି। ଚାଷୀ ଫସଲର ଉଚିତ ପ୍ରାପ୍ୟ ପାଉନି। ତେଣୁ ଭୋଟ ଦେବା ପୂର୍ବରୁ ଚାଷୀ ଏକଥାକୁ ଚିନ୍ତା କରିବେ ବୋଲି ପ୍ରଭାତ କହିଛନ୍ତି। ଉତ୍ତମ ବେହେରାଙ୍କ ମତରେ କେନ୍ଦ୍ର ହେଉ ଅବା ରାଜ୍ୟ, ପ୍ରତି ୫ ବର୍ଷରେ ଥରେ ନେତା ଓ ସରକାର ବଦଳିବା ଦରକାର।   ଏହାଦ୍ୱାରା ବିକାଶର ଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ପଡ଼ିଛି ପାଚିଲା ଧାନ, ୨୧ରେ ଛେଚିବ ବର୍ଷା, ଏସବୁ ଜିଲାକୁ ରହିଛି…

ଭୁବନେଶ୍ୱର,୧୮ା୧୨: ଏବେ ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ ବର୍ଷା ସମ୍ଭାବନା ନେଇ ଚାଷୀ...

ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଏମିତି କହିଲେ କେଭି ସିଂହଦେଓ

ଭୁବନେଶ୍ୱର୧୮।୧୨: ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ...

‘ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର,୧୮ା୧୨: ଖୁବ୍‌ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨ ମାସରେ ସରିବ ଆବାସ ସର୍ଭେ, ସମସ୍ତଙ୍କୁ ମିଳିବ…

ଭୁବନେଶ୍ୱର,୧୮ା୧୨: ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ...

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୈଷ୍ଣବ ସାମଲ, ଏହି ପୁସ୍ତକ ପାଇଁ ମିଳିବ ପୁରସ୍କାର

ଭୁବନେଶ୍ୱର,୧୮ା୧୨: ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି...

୩୬ କର୍ପୋରେଟରଙ୍କୁ ନବୀନ ନିବାସକୁ ଡକରା: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ଭୁବନେଶ୍ୱାର,୧୮।୧୨: ବିଜେଡି ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ିଲାଣି। କିଛିଦିନ ପୂର୍ବରୁ ବ୍ରହ୍ମୁପୁର ମେୟର ସଂଘମିତ୍ରା ଦଳେଇଙ୍କ ବିରୋଧରେ ୨୫ କର୍ପୋରେଟର ଏକାଠି ହୋଇ...

୫ ଦିନିଆ ଗସ୍ତରେ ଦିଲ୍ଲୀ,ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱାର,୧୮।୧୨: ଗରୁବାରଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ପରେ...

୧୮ ଗ୍ରାମର ସୁନା ବ୍ରେସଲେଟ୍‌ ଡଷ୍ଟବିନରୁ ପାଇ ଏମିତି କଲେ ସ୍ବଚ୍ଛକର୍ମୀ

ଭୁବନେଶ୍ୱର,୧୮।୧୨: ସ୍ବଚ୍ଛକର୍ମୀଙ୍କ ମନକୁ ଛୁଇଁ ପାରିନି ଲୋଭ। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri