ସାହସୀ ଶ୍ରଦ୍ଧା

ଶ୍ରଦ୍ଧା କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। କାହିଁକି ନା, ଆହତ ହେବା ସତ୍ତ୍ୱେ ସେ ମନକୁ ଦୃଢ଼ କରି ଯେମିତି ଶଟ୍‌ ଦେଲେ ତାହା ଦେଖି ସେଠାରେ ଉପସ୍ଥିତ ୟୁନିଟର ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିକଟରେ ଏହି ଘଟଣା ଥ୍ରୀ-ଡି ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ର ଶୁଟିଂ ସେଟ୍‌ରେ ଘଟିଥିଲା। ଏକ ଆକ୍ସନ ସିନ୍‌ ପାଇଁ ଶଟ୍‌ ହେବା ସମୟରେ ତାଙ୍କର ଡାହାଣ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏପରି କି ସେ ଠିକ୍‌ ଭାବରେ ଚାଲି ପାରି ନ ଥିଲେ। ହେଲେ ତାହାକୁ ଗୁରୁତ୍ୱ ନ ଦେଇ ସେ ଶଟ୍‌ ପରେ ଶଟ୍‌ ଦେଇ ଚାଲିଥିଲେ। ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା ସେତେବେଳେ ନିର୍ଦ୍ଦେଶକ ରିମୋ ଡି’ସୌଜା ଜାଣିପାରିଲେ। କାରଣ ସେହି ଯନ୍ତ୍ରଣା ଶ୍ରଦ୍ଧାଙ୍କ ମୁହଁରେ ଫୁଟିଉଠିଥିଲା। ଶୁଟିଂ ବନ୍ଦ କରି ଶ୍ରଦ୍ଧାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପାଖାପାଖି ଘଣ୍ଟାଏ ବିଶ୍ରାମ ନେବା ପରେ ଶ୍ରଦ୍ଧା ଫିଟ୍‌ ହୋଇ ପୁଣି ଥରେ ଶଟ୍‌ ଦେବାକୁ ଯାଇଥିଲେ। ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ଅପୋଜିଟ୍‌ରେ ଅଛନ୍ତି ବରୁଣ ଧାଓ୍ବନ। ଅପରପକ୍ଷରେ ସେ ଅଭିନୟ କରିଥିବା ତଥା ପ୍ରଭାସଙ୍କୁ ମେଲ୍‌ ଲିଡ୍‌ରେ କାଷ୍ଟିଂ କରାଯାଇଥିବା ତାମିଲ ଫିଲ୍ମ ‘ଶାହୋ’ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି।

Share