ସମ୍ବଲପୁର,୧୦।୪(ବ୍ୟୁରୋ) ବର୍ତ୍ତମାନ କରୋନା କଟକଣା ଓ ଲକ୍ ଡାଉନ ଯୋଗୁ ସମ୍ବଲପୁରରେ ଗୁପ୍ଚୁପ୍ ଓ ଆଖୁ ରସ ବିକ୍ରି ବନ୍ଦ ରହିଛି। ଏହାଦ୍ୱାରା ଆଖୁରସ ଓ ଗୁପଚୁପ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବାର ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ସହରର ବିଭିନ୍ନ ଅଞ୍ଚଳର ଗୁପ୍ଚୁପ୍ ଓ ଆଖୁରସ ବ୍ୟବସାୟୀ ଏବଂ ପରିବାରର ସଦସ୍ୟ ଏକଜୁଟ ହୋଇ ଶୁକ୍ରବାର ସମ୍ବଲପୁର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଲକ୍ ଡାଉନରେ ସେମାନଙ୍କ ଠେଲା ବନ୍ଦ ରହିଛି । ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି ବୋଲି ଦର୍ଶାଇ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ଶୁଭମ୍ ସକ୍ସେନାଙ୍କୁ ଫୋନ୍ ଯୋଗେ ସମସ୍ୟା ଜଣାଇବା ପରେ ସମ୍ବଲପୁର ମହାନଗର ନିଗମର ଅଧିକାରୀ ଯୁଗଳେଶ୍ୱରୀ ଦାଶଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ତେବେ ମହାନଗର ନିଗମ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରି ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।