ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଖପ୍ରାଖୋଲ,୧୭ା୨(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ପଁଚେତ୍‌ ଅଧୀନ ପିଙ୍ଗଲମୁଣ୍ଡା ଗଁାରେ ନିଜର ଆଈବୁଢ଼ୀର ସଂଗେ ରହୁଥିବାର ୩ ଅସାହା ଛୁଆକୁ ପରଶାସନ ରଇବାର ଉଧାର କରିଛେ।
ସୂଚନା ଅନ୍‌ସାରେ ଗଁାର ବୁରୁଧ୍‌ ଚମ୍ପା ମାଝିକଁର ସଂଗେ ତାକର ୩ ଅସାହା ନାତି ପଦ୍ମନ ମାଝି(୭), ଜୟସିଂ ମାଝି(୫) ଆର ଶିବକାନ୍ତ ମାଝି(୨) ରହିଆସୁଥିଲେ। ଚମ୍ପା ବଡ଼ାଦୁଖେ ନାତିମାନକୁ ପାଲପୋଷ କରୁଥିବାର ଘଟନାକେ ସାମାଜିକ କରମୀ ଭୋଜରାଜ ବରିହା ପରଶାସନର ନଜରକେ ଆନିଥିଲେ। ଇ ଘଟନାକେ ନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନା, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ସଦସ୍ୟ ଅରୁଣ କୁମାର ଖୁଆସ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଡ.ନନ୍ଦିକିଶୋର ତାଣ୍ଡି, ଆଇସିଡିଏସ୍‌ ସୁପରଭାଇଜର ପଙ୍କଜିନି ମିଶ୍ର, ଅଙ୍ଗନଓ୍ବାଡି କରମୀ କଲ୍ୟାଣୀ ମିଶ୍ର ପରମୁଖ ଗଁାରେ ପୁହୁଁଚି ବୁରୁଧ୍‌ ଚମ୍ପାକୁଁ ଛୁଆକର ଭବିଷତ୍‌ ବାବ୍‌ଦେ ବୁଝାଶୁଝା କରିଥିଲେ। ପଛେ ୩ ଭାଇକୁ ନୂଆ କପଡ଼ାଲତା ପିଁଧେଇ ବଲାଙ୍ଗୀର ପାର୍ବତୀଗିରି ବାଲନିକେତନକେ ଆନିଥିଲେ। ପୂରବର ସୂଚନା ଅନ୍‌ସାରେ ୩ ଛୁଆକର ବାପ୍‌ ପୂର୍ଣ୍ଣଚନ୍ଦ୍ର ମାଝି ୨ ବଛର ତଲେ ଘରଛାଡ଼ି କେନ୍‌ଅଡ଼େ ପଲେଇ ଯାଇଥିଲାବେଲେ ମା’ ପ୍ରେମଶିଳା ପୁଓମାନକୁ ଛାଡ଼ି ନିଜର ବାପ୍‌ଘରକେ ପଲେଇଯାଇଛନ୍‌। ଏନ୍‌ତାଥି ଆଈବୁଢ଼ୀ ଚମ୍ପା ବଡ଼ାଦୁଖେ ୩ ନାତିକର ଦେଖାଶୁନା କରୁଥିଲେ। ବଡ଼ ନାତି ପଦ୍ମନ ୧ମ ଶ୍ରେଣୀରେ, ଜୟସିଂ ଅଙ୍ଗନଓ୍ବାଡିରେ ପ୍ରିସ୍କୁଲ ଛାତ୍ର ଥିଲେ।

Share