ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ

ଲାଠୋର ୧୮ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଗଁ।ର ଖଇରାପଡ଼ା। ଇ ପଡ଼ାରେ ଆଦିବାସୀ ସମାଜର ଉଦ୍ଧବ ଭୋଇ(୫୨)କଁର ଘର। ମାଏକିନା ବତୀ ଭୋଇ ଆର ଝି’ ପ୍ରେମଶୀଳାକେ ନେଇ ତାକର ସୁଖର ସଁସାର। ଜମିବାଡ଼ି ବଲି କହିଛି ନାଇଁ, ମୂଲୁ ସୁଖ୍‌ବାସୀ ଆନ୍‌। ପରହର ଘରେ କାମ୍‌ବୁତା କରବାର ସଂଗେ ଜଂଗ୍‌ଲୁ ସରଗୀ ପତର ଠୁଲେଇ ଖଲିଦନା ଟିପି ସେଟା ବିକାଭଂଗା କରି ପରିବାରଟା ଖୁସିରେ ଚଲୁଥିଲେ। ହେଲେ ଦୁଖର କଥା ଆଏଜ୍‌କେ ୬ ବଛର ତଲେ ହଠାତ୍‌ ଉଦ୍ଧବ ପକ୍ଷାଘାତ ରୋଗ୍‌ରେ ଆକ୍‌ରଁ।ତ ହେଲେ। ଘରର ଗୁଟେ ବଲି ରୁଜ୍‌ଗାରିଆ ଲୋକ୍‌ ଖଟେ ପଡ଼ି ରହିଲାବେଲେ ପରିବାର ଲୋକ ଦୁଖେ ଭାଂଗିପଡ଼ଲେ। ସେ ଝି’ ବିହା କରବାର ଲାଗି ଯାହା ଠୁଲେଇ କରି ରଖିଥିଲେ ଆର ଲାଗେଲେସରମାନକରନୁ ଧାର ଉଧାର କରି ଭିନେ ଭିନେ ଡାକ୍‌ତରଖାନା ଯାଇ ଚିକିସତ୍ା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ ଉଦ୍ଧବକେ ଉଷୋକଷା କାଣା ଦେବେ ଭଲକରି ମୁଠେ ଖାଏବାକେ ନାଇଁ ଦେଇପାରବାର। ଘରର ମୁରଧନିଅଁ। ଲୋକ୍‌ ରୋଗ୍‌ରେ ଖଟେ ପଡ଼ି ରହିଲାବେଲେ ପରିବାରଟା ପୂରା ଅସାହା ହେଇଯାଇଛନ୍‌। ଉଦ୍ଧବ ଉଠାବସା ନାଇଁ କରିପାରବାର ଲାଗି ମାଏକିନା ବତୀ ତାକର ଖାନାପିନାନୁ ମୂଲ କରି ଝାଡ଼ାଝପଟ, ଗଧାମଖା କଥା ବୁଝୁଛନ୍‌। ପରିବାର ସରକାରୀ ଯୋଜନାରେ ଗୁଟେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଥିଲାବେଲେ ମାସିକ ୧୫ କେ.ଜି. ଚାଉଲ ପାଉଛନ୍‌। ହେଲେ ଇ ଅଭାବ ଅନାଟନରେ ଉଦ୍ଧବକଁର ଚିକିସତ୍ା ଆର ଝି’ର ବିହାଘର କେନ୍‌ଥେଇ ହେବା ସେ ଚିନ୍‌ତାରେ ବତୀ ହରମେଶା ଘାରି ହେଉଛନ୍‌। ଏନ୍‌ତା ଦୁରଦିନ୍‌ରେ ଗତି କରୁଥିବାର ପରିବାରକେ ପରଶାସନ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।