ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ ପାଇଁ ବ୍ୟବହାର କରି ରାଜ ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଟଣା ଥାନା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ପଡ଼ିଆପଶି ଗ୍ରାମର ରାଜ ପଣ୍ଡାଙ୍କ ଏଣ୍ଟ୍ରି ହୋଇଛି। ଆଗାମୀ ଦୁର୍ଗାପୂଜାରେ ରିଲିଜ ହେବାକୁ ଥିବା ‘ତୋ ପ୍ରେମରେ ମୁଁ ହିଁ ମୁଁ’ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରିବାର ସେ ସୁଯୋଗ ପାଇଛନ୍ତି। ସେ କରିଥିବା ବିଭିନ୍ନ ଟିକ ଟକ ଭିଡିଓକୁ ଦେଖି ଫିଲ୍ମ ପ୍ରଯୋଜକ ରବିନାରାୟଣ ପଣ୍ଡା ତାଙ୍କୁ ଏହି ସୁଯୋଗ ଦେଇଛନ୍ତି। ଜୁଲାଇ ୨୬ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହି ଫିଲ୍ମର ଶୁଭମହୁରତ ହୋଇଛି। ଶ୍ରୀ ରାଜ ସେନାବାହିନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଟିକ ଟକ ଭିଡିଓ ପାଇଁ ସେ ଲୋକପ୍ରିୟତା ଲାଭ କରିଥିଲେ। ସେ ଫିଲ୍ମରେ ପ୍ରଥମ ଥର ଅଭିନୟ କରିବା ଜାଣି ତାଙ୍କର ଶୁଭେଚ୍ଛୁ, ସହପାଠୀ, ସହକର୍ମୀ ଓ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଆଗରୁ ସାହାରପଡା ବ୍ଲକ ଅଞ୍ଚଳରୁ ରାଇମୋହନ ପରିଡା ସିନେ ଜଗତରେ ଲୋକପ୍ରିୟତା ଲାଭକରିଥିବା ରାଜ ଉକ୍ତ ବ୍ଲକ ର ଦ୍ୱିିତୀୟ କଳାକାର ଭାବେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସାହାରପଡା ଅଞ୍ଚଳ ତଥା କେନ୍ଦୁଝର ଜିଲାବାସୀଙ୍କ ମନରେ ଖୁସିର ଲହାରୀ ଖେଳିଯାଇଛି।