ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ

ବାହାନଗା,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍‌ ପାଳନ କରାଯାଇଛି।
ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନଭିନ୍ନ ସ୍ଥାନରେ ସମୂହ ନମାଜ ପାଠ କରାଯାଇଛି। ନସିମ ଗୋଷ୍ଠୀ ତରଫରୁ ଇଦ୍‌ଘା ପଡିଆରେ ନମାଜ ପାଠ କରାଯାଇଥିବା ବେଳେ ହବିବି ଗୋଷ୍ଠୀ ପକ୍ଷରୁ ଗ୍ରାମର ନବ ନିର୍ମିତ ମସଜିଦ ପରିସରରେ ନମାଜ ପାଠ କରାଯାଇଛି।