ସାହିତ୍ୟିକ ବିଭୂତିଙ୍କୁ ‘ଶଚୀଦେବୀ’ ସମ୍ମାନ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ଗ୍ରାମର ସାହିତ୍ୟିକ ବିଭୂତି ଭୂଷଣ ସେନାପତିଙ୍କୁ ଶନିବାର ‘ଶଚୀଦେବୀ’ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଶିଳାଶ୍ରୀ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶିକ୍ଷାବିତ୍‌ ସତ୍ୟବାଦୀ ବଳିୟାରସିଂଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟଅତିଥି ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମନୋହର ରାନ୍ଧାରୀ, ବିଧାୟକ ପ୍ରକାଶ ମାଝି, ଅନୁବାଦିକା ଶକୁନ୍ତଳା ବଳିୟାରସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।