ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ପ୍ରକାଶକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲାପାଳ ଡାକୁଆ ମଣିଷ ସଭ୍ୟତାର ଦୀର୍ଘ ଯାତ୍ରାରେ ସାହିତ୍ୟ ଗବେଷଣା ଓ ଜୀବନର ମୂଲ୍ୟ ନିର୍ଦ୍ଧାରଣ ନିରନ୍ତର ଚାଲିଆସିଛି ବୋଲି କହିଥିଲେ। ବିଭିନ୍ନ ସମୟର ଉପଲବ୍ଧିକୁ ନେଇ ସାହିତ୍ୟ, ସଂସ୍କୃତି ଓ ସମାଜ ସମୃଦ୍ଧ ହୋଇଆସିଛି ଓ ଏଦିଗରେ ସାହିତ୍ୟ ପତ୍ରିକାର ଏକ ବଡ଼ ଭୂମିକା ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କବି ପ୍ରହଲ୍ଲାଦ ଶତପଥୀ, ସନାତନ ଠାକୁର, ଡା. ଜ୍ୟୋତି ସାହୁ, ଚାଇନା ମହାନ୍ତି, ସତ୍ୟ ସୁନ୍ଦର ଭଞ୍ଜ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପମୁଖ ଉପସ୍ଥିତ ଥିଲେ।

Share