Advertisement

ସାହିତ୍ୟ ବଞ୍ଚାଇବାକୁ ହେଲେ ଭାଷା ବଞ୍ଚିବା ଜରୁରୀ

ଫୁଲବାଣୀ ଅଫିସ,୧୦ା୨-ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚାଇବାକୁ ହେଲେ ଆମ ମାଟି ମା’ର ଭାଷାକୁ ବଞ୍ଚାଇବାକୁ ପଡ଼ିବ। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ କାଦମ୍ବିନୀ ସାହିତ୍ୟ ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ପୂର୍ବତନ ଏମ୍‌ପି ତଥା ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏହା କହିଛନ୍ତି। ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାହିତି୍ୟକା ଡ. ପ୍ରବୀଣା ମହାନ୍ତି, ଜୟନ୍ତୀ ରଥ, ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲାପାଳ ଡା. ବୃନ୍ଦା ଡି. ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି କନ୍ଧମାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଓଡ଼ିଆ ଓ କୁଇ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ ା ଜିଲା ଲେଖକ ସାମ୍ମୁଖ୍ୟ ସଭାପତି ରବୀନ୍ଦ୍ର ନାଥ ମିଶ୍ର ଏଥିରେ ପୌରହିତ୍ୟ କରିଥିବା ବେଳେ କାଦମ୍ବିନୀର ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ ପ୍ରାରମ୍ଭିକ ସୂଚନା ଓ ସମ୍ପାଦିକା ଇତିଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ଅବସରରେ କାଦମ୍ବିନୀ ପତ୍ରିକା ସମେତ ଅନେକ ବହି ଉନ୍ମୋଚନ କରାଯାଇଥିଲା ା ଏଥିସହ କନ୍ଧମାଳ ଓ ବୌଦ୍ଧ ଜିଲାର ଲେଖିକା, ଲେଖକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ପରେ କବି ଓ କବିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏଥିରେ ସାହିତି୍ୟକା ସୁଷମା ମିଶ୍ର ସଭାପତିତ୍ୱ କରିଥଲେ। ବହୁ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share