ସାହି ଗଳିରେ ବାଡ଼ ପଡ଼ିଲା

ପୁରୀ ଅଫିସ,୪।୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ଏହି ପ୍ରାଣଘାତି ଭୂତାଣୁକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ତେବେ ପୁରୀ ସହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ସାହିଗଳି ପ୍ରବେଶ ପଥରେ ବାଡ଼ ପକାଯାଇଛି। ବାହାର ଲୋକେ ଯେପରି ସେମାନଙ୍କ ସାହିଗଳିକୁ ନ ପଶିବେ ସେଥିପାଇଁ ଏହି ବାଡ଼ ପକାଇଛନ୍ତି। ଏପରିକି ସହର ଉପକଣ୍ଠରେ ବି ଗ୍ରାମବାସୀ ଗାଁ ପ୍ରବେଶ ପଥରେ ବାଡ଼ ପକାଇ ଅବରୋଧ କରିଛନ୍ତି।