ନୂଆଦିଲ୍ଲୀ,୧୭।୫(ପି.ଟି.): କେନ୍ଦ୍ର ସରକାର ସାହୁକାର ଭଳି କାର୍ଯ୍ୟ ନ କରି ଲୋକଙ୍କ ପାଖରେ ଟଙ୍କା ପହଞ୍ଚାନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। କୋଭିଡ୍-୧୯ ଆର୍ଥତ୍କ ପ୍ୟାକେଜ୍ର ପୁନର୍ବିଚାର କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଲକ୍ଡାଉନ ଯୋଗୁ କାମଧନ୍ଦା ହରାଇ ସାଧାରଣ ଜନତା ବିଶେଷ କରି ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖାଦ୍ୟ ଯୋଗାଡ଼ କରିବା ଲାଗି ଅନେକଙ୍କ ପାଖରେ ଟଙ୍କା ନାହିଁ। ସମାଜର ଗରିବ ଓ ଅସହାୟ ଲୋକମାନଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚାଯିବା ଜରୁରୀ। ଏଥିପାଇଁ ସେ ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଥିବା ରାହୁଲ ଭିଡିଓ କନ୍ଫରେନ୍ସ ଜରିଆରେ ଖବରଦାତାମାନଙ୍କୁ କହିଛନ୍ତି। ଅର୍ଥନୀତିରେ ଏକ ବଡ଼ ଝଡ଼ ଆସୁଥିବାରୁ ଅନେକେ କ୍ଷତିଗ୍ରସ୍ତ ହେବେ। ଚାହିଦା ସୃଷ୍ଟି କରା ନ ଗଲେ ଦେଶ କରୋନା ଅପେକ୍ଷା ବଡ଼ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହେବ ବୋଲି କଂଗ୍ରେସ ନେତା କହିଛନ୍ତି। ତେଣୁ ବୁଦ୍ଧିମତ୍ତାର ସହ ଲକ୍ଡାଉନ୍କୁ ଉଠାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ ମତ ଦେଇଛନ୍ତି।