‘ସାହୋ’ ଦର୍ଶକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ସାଉଥ୍‌ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’କୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି। ନିକଟରେ ଏହାର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆଉ ଏବେ ଏହି ଫିଲ୍ମକୁ ନେଇ ନିର୍ମାତା ଏହାର ଏକ ଗେମ୍‌ ଭର୍ସନ୍‌ ପ୍ରସ୍ତୁତ କରୁଥିବା ଜଣାପଡିଛି। ତେବେ ଫିଲ୍ମଟି ରିଲିଜ୍‌ ହେବା ସହ ଏହି ଗେମ୍‌ ଭର୍ସନ୍‌ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ଏହାର ପୋଷ୍ଟରଟି ଦେଖିବା ପରେ ଏବେ ଦର୍ଶକେ ଆଉ ଟିକେ ଆଗ୍ରହ ପ୍ରକାଶ କରିଛନ୍ତି ଫିଲ୍ମ ଦେଖିବାକୁ।

Share