Categories: ଜାତୀୟ

‘ସିଂଘମ ରିଟର୍ଣ୍ଣସ୍‌’ ଲେଖି କେଜରିଓ୍ବାଲଙ୍କ ଫଟୋସହ ପୋଷ୍ଟର ଦେଖାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଦିଲ୍ଲୀବାସୀଙ୍କ ଖୁସି କହିଲେ ନ ସରେ। କେହି କେହି କେଜରିଓ୍ବାଲଙ୍କୁ ‘ସିଂଘମ’ ବୋଲି ସମ୍ବୋଧନ କରିଥିବା ବେଳେ ଆଉ କିଏ ତାଙ୍କୁ ‘ନାୟକ’ ବୋଲି ମଧ୍ୟ କହିଛନ୍ତି। ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ’ ଷ୍ଟାଇଲରେ ଲୋକେ ପୋଷ୍ଟରରେ ‘ସିଂଘମ ରିଟର୍ଣ୍ଣସ୍‌’ ଲେଖିବା ସହ ଦଳୀୟ ଚିହ୍ନ ଧାଡୁ ଧରିଥିବା ଅବସ୍ଥାରେ କେଜରିଓ୍ବାଙ୍କ ଫଟୋକୁ ସେଥିରେ ସ୍ଥାନ ଦିଆଯାଇଛି। ଏହା ସହ ପୋଷ୍ଟରରେ ଆହୁରି ମଧ୍ୟ ଲେଖାଯାଇଛି ଦେଶ ଏବେ ହିନ୍ଦୁ ମୁସ୍‌ଲିମ ନୁହେଁ କାମ ଅନୁଯାୟୀ ଚାଲିବ। ପରୋକ୍ଷରେ ଏହା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି କୁହାଯାଇଛି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଆଉ ଏକ ପୋଷ୍ଟରରେ ‘ନାୟକ ୨ କମ୍‌ ବ୍ୟାକ୍‌ ଏଗେନ୍‌’ବୋଲି ଲେଖାଯିବା ସହ ବଲିଉଡ୍‌ ଫିଲ୍ମ ‘ନାୟକ’ର ଲିଡ ରୋଲରେ ଥିବା ଅନିଲ କପୁରଙ୍କ ଫଟୋ ସହ କେଜରିଓ୍ବାଲଙ୍କ ଫଟୋ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଏଏପି ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରି ଏବେ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିଛି।

Share