ସିଂଲା ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ: ୫୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା, ୧୫ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିଂଲା ଥାନା ପୋଲିସ ବୁଧବାର କାଦରାୟାଁ ଅଞ୍ଚଳରେ ଚଢାଉ କରି ୫୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ସେ ହେଲେ ଏସ୍‌.କେ. ତାହିର। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ହେବ ବୋଲି ସିଂଲା ଥାନା ଏସ୍‌ଡିପିଓ ଜଳଧର ଜାଲି ଏବଂ ଥାନା ଅଧିକାରୀ ପ୍ରଶାନ୍ତ ଜେନା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଦାରାୟାଁ ଗ୍ରାମର ଏସ୍‌.କେ. ତାହିର ବ୍ରାଉନସୁଗାର ଧରି ବାଇକରେ ନିଜ ଗ୍ରାମରୁ ଜଳେଶ୍ବର ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ନଗଦ ୨ଲକ୍ଷ ୪୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଜଣାଯାଇଛ। ଦୀର୍ଘ ୧ ବର୍ଷ ଧରି ସେ ଏହି କାରବାର କରୁଥିବା ସ୍ବିକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ମାମଲା(ନଂ- ୯/୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।