ସିଂହଦ୍ୱାରରେ ଲାଗିଲା ଜୟ ବିଜୟ ମୂର୍ତ୍ତିି

ପୁରୀ ଅଫିସ,୧୭ା୬: ସିଂହଦ୍ୱାର ପ୍ରବେଶ ପଥରେ ଲାଗିଲା ଜୟ ବିଜୟ ମୂର୍ତ୍ତି। ବାତ୍ୟାରେ ଜୟ ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଏହା ପରେ ମୂର୍ତ୍ତି ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ନାନଯାତ୍ରା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୬ରେ ଏସଏସଆଇ ନୂଆ ଜୟ ବିଜୟ ମୂର୍ତ୍ତି ଲଗାଇବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ମାତ୍ର ୧୬ ତାରିଖରେ ବିଳମ୍ବିତ ରାତିରେ ଯାଜପୁରରୁ ଆସି ମୂର୍ତ୍ତିଦ୍ୱୟ ପୁରୀରେ ପହଞ୍ଚିଥିଲା। ସୋମବାର ସକାଳେ ଏହି ମୂର୍ତ୍ତିଦ୍ୱୟ ସ୍ଥାପନ କରାଯାଇଛି। ସୂଚନାଥାଉ କି, ପୂର୍ବରୁ ଜୟ ବିଜୟ ମୂର୍ତ୍ତି ସିମେଣ୍ଟରେ ତିଆରି ହୋଇଥିଲା। କିନ୍ତୁ ନୂଆ ଲାଗିଥିବା ମୂର୍ତ୍ତି ଖଣ୍ଡେଲାଇଟ୍‌ ପଥରରେ ତିଆରି କରାଯାଇଛି। ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଶୁଖୁଆପଡ଼ାର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ତିଆରି କରିଛନ୍ତି।

Share