ସିଂହପୁର ଉତ୍ସବ ମୁଖର

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ଆରମ୍ଭ ହୋଇଛି।ସିଂହପୁର, ଓଳେଇ ଚନ୍ଦନପୁର, ମଲିଆ, ବଂଶୀପୁରରେ ମା’ଙ୍କ ପୂଜା ଚାଲିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ପାଗ ଅନୁକୂଳ ଥିବାରୁ ଶନିବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।