ପୋଲସରା,୧୪ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ାସ୍ଥିତ ସିଂହାସନୀ ପୀଠରେ ବେଶ୍ ଧୁମ୍ଧାମ୍ରେ ରଜପର୍ବ ପାଳିତ ହୋଇ ଆସୁଥିବାବେଳେ ଚଳିତବର୍ଷ କରୋନା କଟକଣା ଯୋଗୁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା। ବିଗତ ବର୍ଷ ମାନଙ୍କ ପରି ଚଳିତବର୍ଷ ଏଠାରେ ଗହଳିଚହଳି ଦେଖିବାକୁ ମିଳି ନ ଥିଲା। ପ୍ରଶାସନର କଟକଣା ଯୋଗୁ କେବଳ ମନ୍ଦିର ପରିସରରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ମଧ୍ୟରେ ସୀମିତ ରହିଗଲା ଐତିହାସିକ ରଜପର୍ବ। ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଥିଲା ପ୍ରଶାସନ। ପୂଜକ କେବଳ ରୀତିନୀତି ଅନୁଯାୟୀ ଠାକୁରଙ୍କୁ ମାର୍ଜଣା ପରେ ଆଳତି କରିଥିଲେ। ବର୍ଷକର ଏହି ଦିନକୁ ଅପେକ୍ଷା କରିଥିବା ଅଞ୍ଚଳବାସୀ ଓ ଭକ୍ତ ମା’ଙ୍କ ଦର୍ଶନ ନ ପାଇ ନିରାଶ ହୋଇଛନ୍ତି।