Categories: ଖେଳ

ସିଆଚିନ୍‌ରେ ପହଞ୍ଚିଲେ ଧୋନୀ

ଶ୍ରୀନଗର, ୧୬।୮: ୭୩ତମ ସ୍ବାଧୀନତା ଦିବସରେ ଲଦାଖରେ ପତାକା ଉତ୍ତୋଳନ କରିବା ପରେ ସିଆଚିନ୍‌ରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେଠାରେ ଥିବା ସିଆଚିନ୍‌ ଓ୍ବାର୍‌ ମୋମୋରିଆଲ୍‌ରେ ପହଞ୍ଚି ଶହୀଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସ୍କୁଲ ପିଲାଙ୍କ ସହ କିଛି ସମୟ ବିତାଇ ଥିଲେ। ବିଶ୍ୱକପ ପରେ ଧୋନୀ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। ଧୋନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଥିଲେ। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ଥିଲେ। ଅଗଷ୍ଟ ୧୫ରେ ତାଙ୍କ ଟ୍ରେନିଂ ଶେଷ ହୋଇଛି।

Share