Categories: ଜାତୀୟ

ସିଆଚେନ୍‌ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା

ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍‌ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରୁ ମୁତୟନ ଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଏବଂ ପୋଷାକ ଯେଭଳି ଠିକ୍‌ ସମୟରେ ପହଞ୍ଚିପାରିବ ସେ ନେଇ ଉଦ୍ୟମ ଅବ୍ୟାହତ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରାଓ୍ବଣେ ପ୍ରଥମ ଥର ପାଇଁ ସିଆଚେନ୍‌ ପରିଦର୍ଶନରେ ଯାଇଛନ୍ତି।

Share