Categories: ଜାତୀୟ

ସିଆଚେନ୍‌: ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଏବଂ ଭୂସ୍ଖଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟେ !

ନୂଆଦିଲ୍ଲୀ,୩।୬: ସିଆଚେନ୍‌ରେ ୧୨ ହଜାରରୁ ୨୦ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଦେଶର ସୀମା ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାକାର ତାପମାତ୍ରା ଅଧିକାଂଶ ସମୟରେ ମାଇନସ୍‌ ୫୦ ଡିଗ୍ରୀ ତଳେ ରହିଥାଏ। ଏଠାରେ ଯୁଦ୍ଧ ଅପେକ୍ଷା ନିମ୍ନ ତାପମାତ୍ରା ତଥା ଭୂସ୍କଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟିଥାଏ। ଭାରତ ଏବଂ ପାକିସ୍ତାନର ଅଢ଼େଇ ହଜାରରୁ ଅଧିକ ସୈନିକଙ୍କର ଏଠାରେ ଏହି କାରଣରୁ ଜୀବନ ଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ରେ ପାକିସ୍ତାନର ଗୟାରୀ ବେସ୍‌ କ୍ୟାମ୍ପ୍‌ରେ ହିମସ୍ଖଳନ ହୋଇଥିଲା। ଏଥିରେ ୧୨୪ ସୈନ୍ୟ ଏବଂ ୧୧ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ସିଆଚେନ୍‌ରେ ମୁତୟନ ହୋଇଥିବା ସୈନ୍ୟଙ୍କର ମୁଖ୍ୟ ଶତ୍ରୁ ହେଉଛି ପ୍ରତିକୂଳ ପାଣିପାଗ। ୧୯୮୪ଠାରୁ ଭାରତ ସିଆଚେନ୍‌ରେ ମିଲିଟାରୀ ବେସ୍‌ ନିର୍ମାଣ କରିଛି। ସେବେଠାରୁ ୨୦୧୫ ପର୍ଯ୍ୟନ୍ତ ୮ଶହ ୬୯ ଭାରତୀୟ ଯବାନ ଖରାପ ପାଗ ଯୋଗୁ ଜୀବନ ଦେଇଛନ୍ତି। ନିମ୍ନ ତାପମାତ୍ରାରେ ଅଧିକ ଦିନ ରହିଲେ ସ୍ମରଣ ଶକ୍ତି କମିବା ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ଏଠାରେ ସବୁବେଳେ ୩ ହଜାର ଭାରତୀୟ ସେନାଙ୍କୁ ମୁତୟନ କରାଯାଇଥାଏ। ପ୍ରତିଦିନ ଏଠାରେ ମୁତୟନ ଥିବା ଯବାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏଠାକୁ ପରିଦର୍ଶନରେ ଆସୁଥିବା ରାଜନେତା ବେସ୍‌ କ୍ୟାମ୍ପ୍‌ରୁ ହିଁ ଫେରିଯାଇଥାନ୍ତି। ଏହି କ୍ୟମ୍ପ୍‌ ୧୨ ହଜାର ଫୁଟ ଉଚ୍ଚରେ ରହିଛି। ଅପରେଶନ ମେଘଦୂତ ଅର୍ନ୍ତଗତ ଭାତତୀୟ ସେନା ସିଆଚେନ୍‌କୁ ୧୯୮୪ ଏପ୍ରିଲ୍‌ ୧୩ରେ ନିଜ କବ୍‌ଜାକୁ ଆଣିଥିଲା।

Share