Categories: ଜାତୀୟ

ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ ଭାବେ ମୃତ୍ୟୁ ଘଟୁଥିଲା। ଶନିବାର ଉକ୍ତ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯିବା ପରେ ଘଟଣା ପଛର ରହସ୍ୟ ଉନ୍ମୋଚିତ ହୋଇଛି। ବିଭିନ୍ନ ସମୟରେ ଜଲି ଥୋମାସ ନାମ୍ନୀ ମହିଳା ପରିବାର ସଦସ୍ୟଙ୍କୁ ସିଆନାଇଡ୍‌ ମିଶା ଖାଦ୍ୟ ଦେଇ ହତ୍ୟା କରୁଥିଲେ ବୋଲି ପୋଲିସ କହିଛି। ଏଥିରେ ତାଙ୍କ ବନ୍ଧୁ ଏମ୍‌. ମାଥ୍ୟୁ ଏବଂ ଜଣେ ଅଳଙ୍କାର କାରିଗର ପ୍ରଜୁ କୁମାର ସହାୟତା କରୁଥିଲେ। ସେମାନେ ପଟାସିୟମ ସିଆନାଇଡ ଯୋଗାଇଦେଉଥିତ୍ଲେ। ଦୁଇ ମାସର ତଦନ୍ତ ପରେ ସେମାନଙ୍କ ବିରୋଧରେ ପୋଲିସକୁ ଯଥେଷ୍ଟ ପ୍ରମାଣ ମିଳିଥିଲା। ଜୋଲି ୨୦୦୨ରେ ଜୋଲିଙ୍କ ଶାଶୂ ଅନାମ୍ମା, ୨୦୦୮ରେ ସ୍ବାମୀ ଟମ୍‌ ଥୋମାସ, ୨୦୧୧ରେ ପୂର୍ବତନ ସ୍ବାମୀ ରାୟ ଥୋମାସ, ୨୦୧୪ରେ ରାୟଙ୍କ ମାମୁଁ ମାଥ୍ୟୁ ଏବଂ ୨୦୧୬ରେ ଜଣେ ସମ୍ପର୍କୀୟ ଓ ନିଜର ବର୍ଷକର ସନ୍ତାନଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ସମସ୍ତଙ୍କ କ୍ଷେତ୍ରରେ ଏକପ୍ରକାର ଲକ୍ଷଣ ଦେଖାଯାଇଥିବାରୁ ଟମ୍‌ଙ୍କ ପୁଅ ରୋଜିଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ଜୋଲି ଶାଜୁ ସାରିଆ ନାମରେ ଅନ୍ୟଜଣଙ୍କୁ ବିବାହ କରିଥିବା ଜଣାପଡିଥିଲା।

Share