ସିଆରପିଏଫ୍‌ ତରଫରୁ କରୋନା ସଚେତନତା

ଖପ୍ରାଖୋଲ, ୧୪ା୪(ଡି.ଏନ.ଏ.): ସିଆରପିଏଫ୍‌ ତରଫରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ସିଆରପିଏଫ୍‌ ଡି/୧୮୯ ବାଟାଲିଅନ ତରଫରୁ ଡୁଡୁମଦର୍ହା, ବଗଝରନ, କନ୍ଦରାଭଟା, ତୁର୍ଲା, ନାନ୍ଦୁପଲା ଗାଁରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ମାସ୍କ, ଗ୍ଲୋବ, ସାନିଟାଇଜର, ସାମୂହିକ ସାନିଟାଇଜ ପାଇଁ ସ୍ପ୍ରେୟର, ବ୍ଲିଚିଙ୍ଗ ପାଉଡର ବଣ୍ଟନ କରାଯାଇଥିଲା। ସେହିପରି ଭେଲୁଆଖୋଲ, ଗୁର୍ଜିଭଟା ଏବଂ ଖପ୍ରାଖୋଲଠାରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏହି ଅବସରରେ କମାଣ୍ଡାଣ୍ଟ ଯୋଗେନ୍ଦ୍ର ସିଂ ମୋର୍ଯ୍ୟା, ଡିସି ବିନୋଦ ଟଣ୍ଡନ, ଇନ୍ସପେକ୍ଟର ସରୋଜ କଲେତ୍‌ , ଇନସ୍ପେକ୍ଟର ପି. ଲିଙ୍ଗସନ୍‌ , ସରପଞ୍ଚ ଉପେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Share