ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ କରିବାକୁ ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି ପଞ୍ଚାୟତରେ ପ୍ରାୟ ୬ହଜାରୁ ଅଧିକ ଲୋକ ବସବାସ କରନ୍ତି। ସରକାର ଘୋଷଣା କରିଥିବା ୧୬ଆର୍‌ (୧ଏକର-୪ଶହ ଆର୍‌) ଜାଗା କାହାକୁ ମଧ୍ୟ ମିଳିନାହିଁ। ଏହାର ସମାଧାନ ନକରି କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀକୁ ଦିଆଯାଇଥିବାରୁ ଏହାକୁ ଆମେ ପ୍ରବଳ ବିରୋଧ କରୁଛୁ, ଉକ୍ତ ଜାଗାରେ ଯଦି କଲେଜ, ମେଡିକାଲ,କିମ୍ବା ବିଦ୍ୟାଳୟ କରାଯିବ ତେବେ ଦିଆଯିବ ବୋଲି ଗ୍ରାମର ସରପଞ୍ଚ ନୀଳିମା ମଳିକ, ନାଏବ ସରପଞ୍ଚ ପାଜୀତ ପାତ୍ର, ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ସୁଷମା ବେହେରଦଳେଇ ଓ ପଞ୍ଚାୟତର ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି, ସମ୍ପାଦକ, ସଦସ୍ୟ ପ୍ରମୁଖ କହିଛନ୍ତି l ଏହାର କୌଣସି ସମାଧାନ ନ ହେଲେ ଆଗାମୀ ଦିନରେ ରାସ୍ତାରୋକୋ ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Share