Categories: ଜାତୀୟ

ସିଆର୍‌ପିଏଫ୍‌ ଗାଡ଼ି ଉପରକୁ ଗୁଳିମାଡ଼ କଲେ ଆତଙ୍କବାଦୀ

ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଗାଡ଼ି ଉପରେ ସୋମବାର ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ଅନନ୍ତନାଗରେ ଏହା ଘଟିଛି। କିଛି ଆତଙ୍କବାଦୀ ସିଆର୍‌ପିଏଫ୍‌ ଗାଡ଼ି ଉପରେ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଅନନ୍ତନାଗ-ପହଲଗାମ୍‌ ରାସ୍ତାରେ ଥିବା ସରନାଲ୍‌ ଅନନ୍ତନାଗଠାରେ ହଠାତ୍‌ ସିଆର୍‌ପିଏଫ୍‌ ଗାଡ଼ି ଉପରେ ଗୁଳିମାଡ଼ ହେବାରୁ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। କିଛି ସମୟ ପରେ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ। ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ସନ୍ଧାନରେ ସେଠାରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share