Categories: ଜାତୀୟ

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୬ା୧୦(ପି.ଟି.) : ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରର କରନନଗର ଅଞ୍ଚଳରେ ସିଆର୍‌ପିଏଫ୍‌ର ଏକ ଟିମ୍‌ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସିଆର୍‌ପିଏଫ୍‌ ଯବାନମାନେ ଚେକ୍‌ପଏଣ୍ଟରେ ମୁତୟନ ଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ଗ୍ରେନେଡ ଫିଙ୍ଗିଥିଲେ। ବିସ୍ଫୋରଣ ଯୋଗୁ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଯବାନମାନେ ମଧ୍ୟ ଫାଙ୍କା ଗୁଳି ଚଳାଇଥିଲେ।

Share