Categories: ଜାତୀୟ

ସିଆର୍‌ପିଏଫ୍‌ ମହିଳା ଶକ୍ତି: ମଥାରେ ସିନ୍ଦୂର, ହାତରେ ବନ୍ଧୁକ

ନୂଆଦିଲ୍ଲୀ,୭।୩ : ଅବଳା ନୁହେଁ ଦୁର୍ବଳା। ଏହାକୁ ସତ୍ୟ କରି ଦେଖାଇଛନ୍ତି ସିଆର୍‌ପିଏଫ୍‌ ୭୩ ବାଟାଲିୟନ୍‌ ମହିଳା ଶକ୍ତି। ମଥାରେ ସିନ୍ଦୂର ଏବଂ ହାତରେ ବନ୍ଧୁକ ଧରି ମହିଳା ଶକ୍ତି ପ୍ରତିକୂଳ ସ୍ଥିତିର ସାମ୍‌ନା କରିବାକୁ ସବୁବେଳେ ପ୍ରସ୍ତୁତ। ପରିବାରକୁ ପଛରେ ପକାଇ ଦେଶ ମାତୃକାର ସେବା ପାଇଁ ମହିଳା ଶକ୍ତି ସୀମାରେ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଏମାନେ ବି କାହାର ଝିଅ, କାହାର ମା ତଥା କାହାର ସ୍ତ୍ରୀ। ମାତ୍ର ମନରେ ରହିଛି କେବଳ ଏକ ମାତ୍ର ଲକ୍ଷ୍ୟ। ତାହା ହେଉଛି ଦେଶଭକ୍ତି ଏବଂ ଦେଶ ସେବା। ସିଆର୍‌ପିଏଫ୍‌ର ମହିଳା ଶକ୍ତି ଆଜି ଦେଶରେ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ସିଆର୍‌ପିଏଫ୍‌ ମହିଳା ଶକ୍ତି ଦେଶର ପ୍ରତିଟି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Share