Categories: ଜାତୀୟ

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସ୍ଥାନୀୟ ବିଜାପୁର ଜିଲା ଇରାପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ମାଓବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଏଥିରେ ୨୦୪ ବାଟାଲିୟନର କୋବ୍ରା କମାଣ୍ଡୋଙ୍କ ଦେହରେ ଗୁଳି ଲାଗିଥିଲା। ଏହାର ଜବାବରେ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। କେତେକ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଳାଗି ହସ୍ପିଟାଲରେ ଭର୍ତ୍ତି କରିବା ଉଦ୍ୟମ ଜାରି ରହିଛି।

Share