ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନର ସମରସଜ୍ଜା: ଗୁପ୍ତରେ ମାସୁଦ୍‌ ଆଝାର ମୁକ୍ତ!

ଇସଲାମାବାଦ୍‌,୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ନାନା ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ସମ୍ପ୍ରତି ସିଆଲ୍‌କୋଟ୍‌ ସୀମାରେ ପାକିସ୍ତାନ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି। ଏହା ସହିତ ଭାରତରେ ଆକ୍ରମଣ ଷଡ଼ଯନ୍ତ୍ର ରଚିବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ମଧ୍ୟ ଗୁପ୍ତରେ ମୁକ୍ତ କରାଯାଇଥିବା କୁହାଯାଉଛି। ମୁକ୍ତ ହେବା ପରେ ମାସୁଦ୍‌ ଆତଙ୍କବାଦୀଙ୍କ ପାଇଁ ଏକ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ସହିତ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇନେବାକୁ ମାସୁଦ୍‌ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ସିଆଲ୍‌କୋଟ୍‌ରେ ସମ୍ଭାବ୍ୟ ଅପରେଶନ୍‌ ପାଇଁ ସୈନ୍ୟ ବିଭାଗ ମୁଖ୍ୟ କ୍ୱମର ଜାଭେଦ୍‌ ବାଜଓ୍ବାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ବୃଦ୍ଧି କରିଥିବା ଅନୁମାନ କରାଯାଉଛି।

Share