Categories: ଜାତୀୟ

ସିଏଏ,ଏନଆରସି ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ୨ ମହିଳାଙ୍କୁ ଆକ୍ରମଣ

କୋଲକତା/ଜୟପୁର,୨୩।୧: ସିଏଏ ଓ ଏନଆରସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି। ରାଜସ୍ଥାନର କୋଟାରେ ନ୍ୟାଶନାଲ ଇକୋନୋମିକ ସେନସ୍ସ ବିଭାଗର ମହିଳା କର୍ମଚାରୀ ନାଜିରାନ ବାନୋ ୨୦୧୯-୨୦ ନ୍ୟାଶନାଲ ଇକୋନୋମିକ ସେନସ୍ସ ପାଇଁ ବ୍ରିଜଧାମ ଅଞ୍ଚଳରେ ଲୋକଙ୍କ ତଥ୍ୟ ସଂଗ୍ରହ କରୁଥିବାବେଳେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ସେ ନିଜକୁ ଜଣେ ମୁସଲମାନ ମହିଳା ବୋଲି କହିବାରୁ ଲୋକେ ତାଙ୍କୁ ଛାଡି ଦେଇଥିଲେ।
ସେହିପରି ପଶ୍ଚିମବଙ୍ଗରେ ୨୦ ବର୍ଷୀୟ ଚୁମକି ଖାତୁନ ମଧ୍ୟ ବୀରଭୂମ ଅଞ୍ଚଳରେ ଆକ୍ରମଣର ଶିକାର ହୋଇଛନ୍ତି। ସେ ଗୁଗଲ ଇଣ୍ଡିଆ ଓ ଟାଟା ଟ୍ରଷ୍ଟର ଡିଜିଟାଲ ସାକ୍ଷରତା ସର୍ଭେ କରୁଥିବାବେଳେ ଲୋକେ ସିଏଏ ଓ ଏନଆରସି ପାଇଁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରି ଆକ୍ରମଣ କରିଥିଲେ। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।

Share