ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା

ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍‌ ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର ସିଏଏକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସିଏଏକୁ ବିରୋଧ କରି କହିଛନ୍ତି ଏହା ହେଉଛି ବ୍ଲାକ୍‌ ଆକ୍ଟ ବା କଳା ଆଇନ। ସେ ଏହାକୁ ଇଂରେଜମାନଙ୍କ ଦ୍ୱାରା ଆସିଥିବା ରୋଲାଟ୍‌ ଆକ୍ଟ ସହ ତୁଳନା କରିଛନ୍ତି। ଉର୍ମିଳା ଆହୁରି ମଧ୍ୟ କହିଛନ୍ତି, ଇଂରେଜମାନେ ଜାଣିଥିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରେ ବିରୋଧ ବଢିବ। ସେଥିପାଇଁ ସେମାନେ ରୋଲାଟ୍‌ ଆକ୍ଟ ଆଣିଥିଲେ। ୧୯୧୯ର ଏହି ଆଇନ ଓ ୨୦୧୯ର ସିଏଏ ଉଭୟକୁ ବ୍ଲାକ ଆକ୍ଟ ଭାବେ ଗ୍ରହଣ କରିବା ଉଚିତ।

Share