Categories: ଜାତୀୟ

ସିଏଏକୁ ନେଇ ବିରୋଧ ପ୍ରଦର୍ଶନ: ସାମିଲ ହେଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ,୧୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ଜାମା ମସ୍‌ଦିଜ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ସାମିଲ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସିଏଏ ବିରୋଧ ମାମଲାରେ ବୁଧବାର ଚନ୍ଦ୍ରଶେଖର ଆଜାଦ ଜାମିନ ପାଇ ବାହାରୁକ ଆସିଥିବା ବେଳେ ପୁଣିଥରେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେବା ନେଇ ଏବେ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ସର୍ତ୍ତ ଅନୁସାରେ ଆଜାଦ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ନାହିଁ କିମ୍ବା ସାହିନ ବାଗ ମଧ୍ୟ ଯାଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ। ଏଥିସହ କୌଣସି ବିକ୍ଷୋଭ ବା ଆନ୍ଦୋଳନ କରିପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶୁକ୍ରବାର ସେ ପୁଣି ବିରୋଧ ପ୍ରଦର୍ଶନରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share