Categories: ଜାତୀୟ

ସିଏଏକୁ ନେଇ ଭାଜପାର ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ: ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସବୁଠାରୁ ବଡ ଜନ ସଚେତନତା ଅଭିଯାନ ରବିବାରଠାରୁ ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ। ଏହି ଅଭିଯାନ ଜାନୁୟାରୀ ୧୫ରେ ସରିବ। ଲୋକମାନଙ୍କ ମଧ୍ୟରେ ସିଏଏକୁ ନେଇ ବିରୋଧୀ ଯେଉଁ ଭ୍ରମ ଧାରଣା ସୃଷ୍ଟି କରିଛନ୍ତି ତାକୁ ଦୂର କରିବାକୁ ଦଳର ବଡବଡ ନେତାମାନେ ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନରେ ସାମିଲ ହେବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗାଜିଆବାଦର ବୈଶାଳୀ ସେକ୍ଟରରେ ଓ ଲୋହିଆ ନଗରର ହିନ୍ଦ୍‌ ଭବନରେ ଏକ ଜନ ସମ୍ପର୍କ ରାଲିର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ୧୦ ଦିନ ମଧ୍ୟରେ ଭାଜପାର ବଡ ବଡ ନେତାମାନେ ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ ମାଧ୍ୟମରେ ପ୍ରାୟ ୩ କୋଟି ଜନତାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

Share