Categories: ଜାତୀୟ

ସିଏଏକୁ ନେଇ ରାଜଧାନୀରେ ବିରୋଧ ପ୍ରଦର୍ଶନ: ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧୯।୧୨: ନାକରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଯେମିତି ଥମିବାର ନାଁ ନେଇନି। ରବିବାର ଜାମିଆ ମିଲିଆ ଇସଲାମିଆ ପରିସରରେ ହୋଇଥିବା ହିଂସା ପରେ ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି। ଗୁରୁବାର ପ୍ରଦର୍ଶନକାରୀଙ୍କ ବିରୋଧ ପ୍ରଦର୍ଶନକୁ ଦେଖି କେତେ ଗୁଡିଏ ମେଟ୍ରୋ ଷ୍ଟେଶନକୁ ବନ୍ଦ କରି ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଲାଲକିଲା ନିକଟରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ବିରୋଧ ପ୍ରଦର୍ଶନ ହେଉଥିବା ଅଞ୍ଚଳରେ ୪ ଜଣରୁ ଅଧିକ ବ୍ୟକ୍ତି ରୁଣ୍ଡ ନ ହେବାକୁ ମଧ୍ୟ ପୋଲିସ ପକ୍ଷରୁ ବାରଣ କରାଯାଇଛି। ସେହିପରି କୁମ୍ୟନିଷ୍ଟ ପାର୍ଟି ଦ୍ୱାରା ମଣ୍ଡି ହାଉସରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ ବାହାରିବାକୁ ଥିବା ରାଲିକୁ ମଧ୍ୟ ପୋଲିସ ଅନୁମତି ପ୍ରଦାନ କରି ନ ଥିବା ଜଣାପଡିଛି।

Share