Categories: ଜାତୀୟ

ସିଏଏକୁ ନେଇ ହିଂସା ପରେ କ୍ୟାମ୍ପସ ଛାଡିଲେ ଜାମିଆ ଛାତ୍ର

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ରାଜଧାନୀରେ ରବିବାର ଏହାର ତାତି ଦେଖିବାକୁ ମିଳିଛି। ଜାମିଆ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କ ହିଂସା ଉଗ୍ରରୂପ ଧାରଣ କରିବା ପରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହାପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ଥିବାରୁ ସୋମବାର ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ କ୍ୟାମ୍ପସ ଛାଡିଛନ୍ତି। ସକାଳୁ ଛାତ୍ରୀଛାତ୍ରମାନେ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।

Share